create account

ଏବେ ୨୪ ଘଣ୍ଟା ଖୋଲା ରହିବ ବିଏସକେୱାଇ କାଉଣ୍ଟର by amanprem

View this thread on: hive.blogpeakd.comecency.com
· @amanprem · (edited)
$0.84
ଏବେ ୨୪ ଘଣ୍ଟା ଖୋଲା ରହିବ ବିଏସକେୱାଇ କାଉଣ୍ଟର
<center>https://atrnews.in/wp-content/uploads/2020/01/images-2-2.jpg</center> <br/>କଟକ(ଏଟିଆର ବ୍ୟୁରୋ): ଏଣିକି ୨୪ ଘଣ୍ଟା ଖୋଲା ରହିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ର କାଉଣ୍ଟର । ରୋଗି ମାନଙ୍କୁ ୨୪ ଘଣ୍ଟା ସେବା ଯୋଗାଇ ଦେବା ନିମନ୍ତେ ଏହି କାଉଣ୍ଟର ଖୋଲା ରହିବ । ରାତି ଅଧରେ ଏସସିବି ମେଡିକାଲକୁ ଆସୁଥିବା ରୋଗୀଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ । ରୋଗୀଙ୍କୁ ଯେଉଁ ଔଷଧ ଆବଶ୍ୟକ ପଡିବ ତାହା ଏହି କାଉଣ୍ଟରରୁ ମଞ୍ଜୁର କରାଯିବ । ଯଦି ଡାକ୍ତର ପରାମର୍ଶ କରିଥିବା ଔଷଧ ଏହି କାଉଣ୍ଟରରେ ଉପଲବ୍ଧ ନଥିବ ତେବେ ଉକ୍ତ କାଉଣ୍ଟର ଜରିଆରେ ଡାକ୍ତରଙ୍କ ଚିଠା ଅନୁଯାୟୀ ତାହାକୁ ଲୋକାଲ ପର୍ଚେଜ କରାଯିବ । ଜରୁରିକାଳୀନ ପରିସ୍ଥିତିରେ ଲୋକାଲ ପର୍ଚେଜ ପାଇଁ କୌଣସି ଉଚ୍ଚସ୍ତରୀୟ ଅଧିକାରୀଙ୍କ ଆବଶ୍ୟକତା ପଡିବ ନାହିଁ । ଷ୍ଟୋର ମେଡିକାଲ ଅଫିସର ଡା.ସତ୍ୟଶ୍ରୀ ରାୟଙ୍କ ସୁଚନା ଅନୁସାରେ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଦସ୍ତଖତରେ ଏହି ସବୁ ଔଷଧ ଓ ଉପକରଣ କ୍ରୟ କରାଯାଇପାରିବ ।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଡିକାଲର ପ୍ରତ୍ୟକ ବିଭାଗ ମୁଖ୍ୟ ମାନଙ୍କ ଠାରୁ ସେମାନଙ୍କର ପ୍ରତିଦିନ ଆବଶ୍ୟକ ପଡୁଥିବା ଔଷଧ ଓ ଉପକରଣ ତାଲିକା ମଗାଯାଇଥିଲା । ପ୍ରତ୍ୟକ ବିଭାଗ ପକ୍ଷରୁ ଏକ ବାର୍ଷିକ ତାଲିକା ପ୍ରସ୍ତୁତ କରାଯାଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପାଖକୁ ପଠାଯାଇଛି । ଏହି ତାଲିକାକୁ ଆଧାର ୧ ହଜାର କୋଟିର ଏକ ବଜେଟ ପ୍ରସ୍ତୁତ ହୋଇଛି । ଆସନ୍ତା ୨୪ ତାରିଖରେ ସ୍ୱାସ୍ଥ୍ୟ ସଚିବ ଏସସିବି ମେଡିକାଲରେ ଏନେଇ ଏକ ଉଚ୍ଚ ସ୍ତରୀୟ ବୈଠକ କରିବେ ବୋଲି ସୂଚନା ମିଳିଛି ।
👍  , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , and 936 others
properties (23)
authoramanprem
permlink08a8lq5mop
categorysteempress
json_metadata{"community":"steempress","app":"steempress","image":["https://atrnews.in/wp-content/uploads/2020/01/images-2-2.jpg"],"tags":["steempress","blog","atrnews-odisha"],"canonical_url":"https://atrnews.in/odisha/now-bsky-medicine-counter-open-24-hour/"}
created2020-01-22 04:53:30
last_update2020-01-22 05:30:45
depth0
children0
last_payout2020-01-29 04:53:30
cashout_time1969-12-31 23:59:59
total_payout_value0.417 HBD
curator_payout_value0.425 HBD
pending_payout_value0.000 HBD
promoted0.000 HBD
body_length1,156
author_reputation33,104,693,194,908
root_title"ଏବେ ୨୪ ଘଣ୍ଟା ଖୋଲା ରହିବ ବିଏସକେୱାଇ କାଉଣ୍ଟର"
beneficiaries
0.
accountsteempress
weight1,500
max_accepted_payout1,000,000.000 HBD
percent_hbd10,000
post_id94,629,482
net_rshares4,586,268,342,448
author_curate_reward""
vote details (1000)