create account

ଆଜିଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ by amanprem

View this thread on: hive.blogpeakd.comecency.com
· @amanprem · (edited)
$0.69
ଆଜିଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ
<center>https://atrnews.in/wp-content/uploads/2020/03/bajet.jpg</center> <br/>ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଚାଲିବ । ଏହି ଅଧିବେଶନ ମାର୍ଚ୍ଚ ୧୧ରୁ ଆରମ୍ଭ ହୋଇ ଏପ୍ରିଲ ୯ରେ ଶେଷ ହେବ । ଏଥରର ଅଧିବେଶନରେ ୨୦୨୧-୨୧ ଆର୍ଥିକ ବର୍ଷର ବଜେଟ ପାରିତ ହେବା ସହିତ ରାଜ୍ୟସଭା ନିର୍ବାଚନ ରହିଛି । ଅଧିବେଶନ ସମୟରେ ବିରୋଧୀ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି । ତେବେ ବିରୋଧୀଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ପାଇଁ ସରକାର ପ୍ରସ୍ତୁତ ହୋଇ ରହିଛନ୍ତି ।

ଚଳିତ ବଜେଟ ଅଧିବେଶନ ସମୟରେ ବିରୋଧୀ ଶ୍ରୀମନ୍ଦିରର ଜମାରାଶି ୟେସ ବ୍ୟାଙ୍କରେ ରଖିବା ସମ୍ବନ୍ଧରେ ପ୍ରଶ୍ନ ଉଠାଇ ସରକାରକୁ ଘେରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାସହ ରେଳବାଇ ଜମି ଅଧିଗ୍ରହଣ ,କୃଷକ ସମସ୍ୟା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କୁ କାଠଗଡାକୁ ଟାଣିବାକୁ ଉଦ୍ୟମ କରିବେ ବିରୋଧୀ । ତେବେ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ବିଧାନସଭାରେ ବିଲ ଗୃହୀତ ହେବା ଆବଶ୍ୟକ। ତେଣୁ ଏ ସଂପର୍କିତ ବିଲ ଆସନ୍ତା ବିଧାନସଭା ଅଧିବେଶନରେ ଗୃହରେ ଉପସ୍ଥାପନ କରାଯିବ। ସେହିପରି ଆସନ୍ତା ୨୬ରେ ରାଜ୍ୟସଭା ନିର୍ବାଚନ ଥିବା ବେଳେ ୩୧ରେ ଆଗତ ହେବ ବ୍ୟୟ ମଞ୍ଜୁରୀ ବିଲ ।
👍  , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , and 936 others
properties (23)
authoramanprem
permlinkfx92h36t8x
categorysteempress
json_metadata{"community":"steempress","app":"steempress","image":["https://atrnews.in/wp-content/uploads/2020/03/bajet.jpg"],"tags":["steempress","blog","atrnews-odishapoliticsodisha"],"canonical_url":"https://atrnews.in/odisha/today-second-phase-of-budget-session-start/"}
created2020-03-11 03:37:54
last_update2020-03-11 07:16:48
depth0
children0
last_payout2020-03-18 03:37:54
cashout_time1969-12-31 23:59:59
total_payout_value0.346 HBD
curator_payout_value0.347 HBD
pending_payout_value0.000 HBD
promoted0.000 HBD
body_length1,003
author_reputation33,104,693,194,908
root_title"ଆଜିଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ"
beneficiaries
0.
accountsteempress
weight1,500
max_accepted_payout1,000,000.000 HBD
percent_hbd10,000
post_id96,251,434
net_rshares4,140,844,716,353
author_curate_reward""
vote details (1000)