create account

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ଜେଏନୟୁ ଓ ଜାମିଆ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ by amanprem

View this thread on: hive.blogpeakd.comecency.com
· @amanprem · (edited)
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ଜେଏନୟୁ ଓ ଜାମିଆ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
<center>https://atrnews.in/wp-content/uploads/2020/02/delhi-police-69-1582692873-431422-khaskhabar.jpg</center> <br/>ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଗତକିଛି ଦିନ ହେବ ରାଜଧାନୀ ଦିଲ୍ଲୀରେ ସିଏଏକୁ ନେଇ ହିଂସାକାଣ୍ଡ ଦେଖାଯାଇଛି । ଏଥିରେ ୧୩ ଜଣଙ୍କ ଜୀବନ ଚାଲିଗଲାଣି । ଏହି ହିଂସାକାଣ୍ଡ ସୃଷ୍ଟି କରିଥିବା ଲୋକ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ସମ୍ମୁଖରେ ଶତଧିକ ଜେଏନୟୁ ଓ ଜାମିଆ ଛାତ୍ରାଛାତ୍ରୀ ମାନେ ଗତକାଲି ଠାରୁ ବିକ୍ଷୋଭ ପ୍ରର୍ଦଶନ କରିଛନ୍ତି । ଗତକାଲି ମଧ୍ୟ ରାତିରୁ ଏହି ଛାତ୍ରଛାତ୍ରୀ ମାନେ ବିକ୍ଷୋଭ ପ୍ରର୍ଦଶନ କରିଥିଲେ । ଆଜି ସକାଳୁ ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ପାଣି ମାଡ କରି ସେମାନଙ୍କୁ ବଳପୂର୍ବକ ଭାବେ କେଜ୍ରିୱାଲଙ୍କ ଘର ସମ୍ନାରୁ ହଟାଇ ଦେଇଛନ୍ତି । ଖାଲି ଛାତ୍ରଛାତ୍ରୀ ନୁହେଁ ଏହି ବିକ୍ଷୋଭରେ ସଧାରଣ ଜନତା ମଧ୍ୟ ସାମିଲ ଥିବାର ସୂଚନା ମିଳିଛି ।

ସୂଚନା ଯୋଗ୍ୟ ମୁହାଁମୁହିଁ ସିଏଏକୁ ନେଇ ଦିଲ୍ଲୀରେ ପ୍ରତିଦିନ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି । ବିରୋଧି ଓ ସପକ୍ଷବାଦୀଙ୍କ ମୁହାଁମୁହିଁ ପରିସ୍ଥିତି ଯୋଗୁ ଏହି ଦଙ୍ଗାରେ ମୃତକଙ୍କ ସଂଖ୍ୟା ୧୩ ରେ ପହଞ୍ଚିଛି । ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଶିକ୍ଷାମନ୍ତ୍ରୀ ଆଜି ଉତ୍ତର ପୂର୍ବ ଦିଲ୍ଲୀର ସମସ୍ତ ସ୍କୁଲକୁ ବନ୍ଦ ଘୋଷଣା କରିଛନ୍ତି । ଆଜି ଏହି ଅଞ୍ଚଳର ଜିଲ୍ଲା ଗୁଡିକରେ ଥିବା ସରକାରୀ ଓ ବେସରକାରୀ ସ୍କୁଲ ଗୁଡିକ ବନ୍ଦ ରହିଛି । ଅନ୍ୟପଟେ ଆଜି ସିବିଏସଇ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି ।

ଦିଲ୍ଲୀ ଉତ୍ତରପୂର୍ବ ଅଞ୍ଚଳରେ ୧୨ ପ୍ଲାଟୁନ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେହିଭଳି ଉତ୍ତେଜନା ପୂର୍ଣ୍ଣ ଅଞ୍ଚଳ ମାନଙ୍କରେ ଏକ ମାସ ପର୍ୟ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ଗତକାଲି ରାତି ୧୨ ଟା ୩୦ ରେ ଦିଲ୍ଲୀ ହାଇକୋର୍ଟ ବିଚାପତି ଏସ. ମୂରଲିଧରଙ୍କ ବାସ ଭବନରେ ଏକ ଜରୁରୀ ଶୁଣାଣୀ ହୋଇଥିଲା । ଅନ୍ୟପଟେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବାରୁ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
👍  , , , , , , , , , , , , ,
properties (23)
authoramanprem
permlinkkthlpf9j2h
categorysteempress
json_metadata{"community":"steempress","app":"steempress","image":["https://atrnews.in/wp-content/uploads/2020/02/delhi-police-69-1582692873-431422-khaskhabar.jpg"],"tags":["steempress","blog","atrnews-nationalnews"],"canonical_url":"https://atrnews.in/national-news/jnu-jamia-students-protest-near-arvind-kejriwals-home/"}
created2020-02-26 06:37:36
last_update2020-02-26 07:20:39
depth0
children0
last_payout2020-03-04 06:37:36
cashout_time1969-12-31 23:59:59
total_payout_value0.000 HBD
curator_payout_value0.000 HBD
pending_payout_value0.000 HBD
promoted0.000 HBD
body_length1,508
author_reputation33,104,693,194,908
root_title"ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ଜେଏନୟୁ ଓ ଜାମିଆ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ"
beneficiaries
0.
accountsteempress
weight1,500
max_accepted_payout1,000,000.000 HBD
percent_hbd10,000
post_id95,837,696
net_rshares58,055,881,850
author_curate_reward""
vote details (14)