create account

ଆଜି ମହାରାଷ୍ଟ୍ର ଶୁଣାଣୀ କରିବେ ସୁପ୍ରିମ କୋର୍ଟ by amanprem

View this thread on: hive.blogpeakd.comecency.com
· @amanprem · (edited)
$0.92
ଆଜି ମହାରାଷ୍ଟ୍ର ଶୁଣାଣୀ କରିବେ ସୁପ୍ରିମ କୋର୍ଟ
<center>https://atrnews.in/wp-content/uploads/2019/11/sunani.png</center> <br/>ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ମହାରାଷ୍ଟ୍ରରେ ବିଜେପି ଓ ଏନସିପି ନେତା ଅଜିତ ପାୱାରଙ୍କ ସମର୍ଥନରେ ବିଜେପି ସରକାର ଗଢିବା ପରେ ଏନେଇ କଂଗ୍ରେସ, ଶିବସେନା ଓ ଏନସିପି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କେନ୍ଦ୍ର ସରକାର ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର ବିରୋଧରେ ଆବେଦନ ହୋଇଥିଲା । ଯାହାର ଶୁଣାଣୀ ଆଜି ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ କରିବେ । ଆଜି ଦିନ ସାଢେ ୧୧ ଟା ବେଳେ ଏହି ମାମଲାର ଶୁଣାଣୀ କରାଯିବ । ଏହି ତିନି ଦଳ ଆବେଦନରେ ଦର୍ଶାଇଛନ୍ତି ତାଙ୍କ ସହିତ ୧୫୪ ଜଣ ବିଧାୟକ ରହିଛନ୍ତି । ଫ୍ଲୋରକୁ ଡାକି ପରୀକ୍ଷା କରିବାକୁ ସେ ଅନୁରୋଧ କରିଛନ୍ତି । ରାଜ୍ୟପାଳ ଏହି ତିନି ଦଳକୁ ସରକାର ଗଢିବା ପାଇଁ ଅନୁମତି ଦିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି ।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଶପଥ ପାଠ ଏତେ ସକାଳୁ କରିବାର କ’ଣ ଆବଶ୍ୟକତା ରହିଥିଲା । ଅନ୍ୟପଟେ ସୂର୍ଯ୍ୟଉଦୟ ପୂର୍ବରୁ କିଭଳି ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରାଗଲା ତାହା ମଧ୍ୟ ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ ଗତକାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡନବିସ । ରାଜ୍ୟପାଳ ଭଗତ ସିଂ ଦେବେନ୍ଦ୍ର ଫଡନବିସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୁମ୍ବାଇରେ ଆଜି ସକାଳ ୮ ଟା ବେଳେ ଏହି ଶପଥପାଠ ହୋଇଛି । ସେହିଭଳି ଉପମୁଖ୍ୟମନ୍ତ୍ରୀ ଭାବେ ଏନସିପି ନେତା ଅଜିତ ପାୱାର ଶପଥ ନେଇଛନ୍ତି ।
👍  , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , and 936 others
properties (23)
authoramanprem
permlinkp8io4xbdm8
categorysteempress
json_metadata{"community":"steempress","app":"steempress","image":["https://atrnews.in/wp-content/uploads/2019/11/sunani.png"],"tags":["steempress","blog","atrnews-nationalnewssupremecourtpoliticsindia"],"canonical_url":"https://atrnews.in/national-news/supreme-court-plea-filed-against-chief-minister-devendra-fadnavis/"}
created2019-11-24 03:01:57
last_update2019-11-24 05:19:18
depth0
children0
last_payout2019-12-01 03:01:57
cashout_time1969-12-31 23:59:59
total_payout_value0.458 HBD
curator_payout_value0.465 HBD
pending_payout_value0.000 HBD
promoted0.000 HBD
body_length1,066
author_reputation33,104,693,194,908
root_title"ଆଜି ମହାରାଷ୍ଟ୍ର ଶୁଣାଣୀ କରିବେ ସୁପ୍ରିମ କୋର୍ଟ"
beneficiaries
0.
accountsteempress
weight1,500
max_accepted_payout1,000,000.000 HBD
percent_hbd10,000
post_id92,778,781
net_rshares4,838,093,174,861
author_curate_reward""
vote details (1000)